Categories: ଖେଳ

ନ୍ୟୁଜିଲାଣ୍ଡ ଟୁର୍‌ରୁ ବାଦ୍‌ ପଡିଲେ ଖଲିଲ ଅହମ୍ମଦ

ଖ୍ରିଷ୍ଟଚର୍ଚ୍ଚ, ୨୫ା୧ (ପି.ଟି.)-ଭାରତ ଏ’ କ୍ରିକେଟ ଦଳର ଚଳିତ ନ୍ୟୁଜିଲାଣ୍ଡ ଟୁର୍‌ରୁ ବାମହାତୀ ପେସ୍‌ ବୋଲର ଖଲିଲ ଅହମ୍ମଦ ବାଦ୍‌ ପଡ଼ିଛନ୍ତି। ଜାନୁୟାରୀ ୨୨ରେ ଭାରତ ଏ’ର ନ୍ୟୁଜିଲାଣ୍ଡ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ମ୍ୟାଚ ବେଳେ ତାଙ୍କ ବାମ କଚଟିରେ ଆଘାତ ଲାଗିଛି। ଏହି ବାମହାତୀ ବୋଲରଙ୍କ କଚଟି ହାଡ଼ ଭାଙ୍ଗିଯାଇଛି। ଏଥିରେ ପ୍ଲାଷ୍ଟର କରାଯାଇଛି। ଭାରତ ଏ’ ଦଳର ଅବଶିଷ୍ଟ ଟୁର୍‌ରୁ ସେ ବାଦ ପଡ଼ିଛନ୍ତି। ବର୍ତ୍ତମାନ ସେ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନିସିଏ)ରେ ରିହାବିଲିଟେଶନ ପ୍ରୋଗ୍ରାମ୍‌ରେ ରହିବେ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ) ଖଲିଲଙ୍କ ବଦଳ ଖେଳାଳିଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। ସୂଚନାଯୋଗ୍ୟ, ଖଲିଲ ଭାରତ ତରଫରୁ ୧୧ ଅନ୍ତର୍ଜାତୀୟ ଦିନିକିଆ ଏବଂ ୧୪ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଭାରତ ଏ’ ୩ ମ୍ୟାଚ ବିଶିଷ୍ଟ ଅନ୍‌ଅଫିସିଆଲ ଦିନିକିଆ ସିରିଜ ଏବଂ ଦୁଇଟି ୪ ଦିନିଆ ଗେମ୍‌ ଖେଳିବା ଲାଗି ନ୍ୟୁଜିଲାଣ୍ଡ ଟୁର୍‌ରେ ଅଛି।

Share