Categories: ଖେଳ

ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ଓ୍ବେଲିଂଟନ ଟେଷ୍ଟ

ଓ୍ବେଲିଂଟନ,୨୩।୨- ସ୍ଥାନୀୟ ବାସିନ ରିଜର୍ଭ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ଟେଷ୍ଟ ତୃତୀୟ ଦିନ ସୁଦ୍ଧା ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ଭାରତ ୧୬୫ ରନ୍‌ରେ ଅଲଆଉଟ୍‌ ହେବା ପରେ ନ୍ୟୁଜିଲାଣ୍ଡ ତା’ର ଅସମାପ୍ତ ଇନିଂସ ସ୍କୋର (୨୧୬/୫)ରୁ ବ୍ୟାଟିଂ କରି ୩୪୮ ରନ୍‌ରେ ସୀମିତ ରହିଛି। ରବିବାର କଲିନ ଡିଗ୍ରାଣ୍ଡହୋମ ୪୩, କାଇଲ ଜାମିସନ ୪୪ ଓ ଟ୍ରେଣ୍ଟ ବୋଲ୍ଟ ୩୮ ରନ୍‌ କରିଥିଲେ। ଭାରତୀୟ ବୋଲର ଈଶାନ୍ତ ଶର୍ମା ୫ ଉଇକେଟ ଦଖଲ କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ୩ ଉଇକେଟ ହାତେଇଛନ୍ତି। ପରେ ୧୮୩ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ଉଇକେଟ ହରାଇ ୧୪୪ ରନ୍‌ କରିଛି। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ପାଳିରେ ମଧ୍ୟ ଅଧିନାୟକ ବିରାଟ କୋହଲି (୧୯), ପୃଥ୍ବୀ ଶ (୧୪) ଓ ଚେତେଶ୍ୱର ପୂଜାରା (୧୧) ବିଫଳ ହୋଇଛନ୍ତି। ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ବାଲ ୫୮ ରନ୍‌ କରିଥିଲେ। ଅଜିଙ୍କ୍ୟ ରାହାନେ ୨୫ ଓ ହନୁମା ବିହାରୀ ୧୫ ରନ୍‌ କରି ଅପରାଜିତ ଅଛନ୍ତି। ଦଳ ୩୯ ରନ୍‌ ପଛୁଆ ଥିବାବେଳେ ହାତରେ ୬ ଉଇକେଟ ବାକି ଅଛି। ଘରୋଇ ଦଳ ପାଇଁ ବୋଲ୍ଟ ୩ ଉଇକେଟ ନେଇଛନ୍ତି।

Share