New Zealand's James Neesham bowls during the 2019 Cricket World Cup group stage match between Afghanistan and New Zealand at The County Ground in Taunton, southwest England, on June 8, 2019.
ଟଣ୍ଟନ,୯।୬(ଏଏଫ୍ପି)- ଚଳିତ ବିଶ୍ୱକପ୍ର ୧୩ତମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଶନିବାର ୧୦୭ଟି ବଲ ବାକିଥାଇ ୭ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆଫାଗାନିସ୍ତାନ ୪୧.୧ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୩୨.୧ ଓଭରରେ ୩ ଉଇକେଟ ହରାଇ ୧୭୩ ରନ କରି ବିଜୟୀ ହୋଇଛି। ଦଳ ତରଫରୁ ଅଧିନାୟକ କେନ୍ ଓ୍ବିଲିୟମସନ ଅପରାଜିତ ୭୯, ରସ ଟେଲର ୪୮, କଲିନ ମୁନରୋ ୨୨ରନ କରିଥିବାବେଳେ ଟମ ଲଥାମ ୧୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଅଫତାବ ଆଲମ ୩ଟି ଯାକ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା ଓ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଦଳର ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଓପନର ହଜରତୁଲ୍ଲା ଜାଜାଇ ୩୪, ନୁର ଅଲି ଜଡ୍ରାନ ୩୧, ଆଫତାବ ଆଲମ ୧୪ ରନ କରି ଆଉଟ ହୋଇଥିଲେ। ତେବେ ଦଳ ତରଫରୁ ହଶମାତୁଲ୍ଲା ଶାହିଦି ସର୍ବାଧିକ ୫୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଜେମ୍ସ ନିଶାମ ସର୍ବାଧିକ ୫, ଲୋକି ଫର୍ଗୁଶନ ୪ ଓ କଲିନ୍ ଡି ଗ୍ରାଣ୍ଡହୋମ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୪୧.୧ ଓଭରରେ ୧୭୨ ଅଲଆଉଟ୍
(ଶାହିଦି- ୫୯, ଜାଜାଇ- ୩୪, ଜଡ୍ରାନ- ୩୧, ଆଲମ- ୧୪, ନିଶାମ- ୫/୩୧, ଫର୍ଗୁସନ- ୪/୩୭, ଗ୍ରାଣ୍ଡହୋମ- ୧/୧୪)।
ନ୍ୟୁଜିଲାଣ୍ଡ ୩୨.୧ ଓଭରରେ ୧୭୩/୩
(ଓ୍ବିଲିୟମସନ- ୭୯*, ଟେଲର- ୪୮, ଆଲମ- ୩/୪୪)