ନ୍ୟୁରୋଷ୍ଟିମ୍ୟୁଲେଟର ଡିଭାଇସ୍‌

ପାର୍କିନସନ ପରି ସ୍ନାୟୁଗତ ରୋଗର ସହଜ ଚିକିତ୍ସା ପାଇଁ ‘ନ୍ୟୁରୋଷ୍ଟିମ୍ୟୁଲେଟର’ ନାମକ ଡିଭାଇସ୍‌ ପ୍ରସ୍ତୁତ କରାଯାଇଛି। ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ ଡିଭାଇସ୍‌ ତିଆରି କରିଛନ୍ତି। ଉକ୍ତ ଡିଭାଇସ୍‌ର ଏପରି ଶକ୍ତି ରହିଛି, ଯାହା ସ୍ନାୟୁଗୁଡିକୁ ପୂର୍ବାପେକ୍ଷା ଅଧିକ ଚଳଚଞ୍ଚଳ କରିଥାଏ।