ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ

ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ ଗେଡେସ୍‌ ନାମକ ଜଣେ ମହିଳା ସମଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ତାଙ୍କ ଜାଲରେ ଏକ ଦୁଇମୁହାଁ ମାଛ ପଡିଥିଲା। ସେ ପ୍ରଥମେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ମାଛର ଏକ ଫଟୋ ଉଠାଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏପର୍ଯ୍ୟନ୍ତ ଏହି ମାଛ ଫଟୋଟି ୬ ହଜାରରୁ ଅଧିକଥର ଶେୟାର କରାଯାଇଛି।ଏହି ମାଛଟିର ଦୁଇଟି ମୁହଁ ଅଛି। ଏବେ ମାଛଟି ବିଷୟରେ ଅଧିକ ଜାଣିବା ପାଇଁ ପରୀକ୍ଷାଗାରକୁ ପଠାଯାଇଛି।

Share