ନ୍ୟୁୟର୍କ ବ୍ରୋନକ୍ସ୍‌ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍‌

ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର ବ୍ରୋନକ୍ସ୍‌ ଚିଡ଼ିଆଖାନାରେ ଥିବା ଏକ ବାଘୁଣୀଠାରେ କରୋନା ସଂକ୍ରମଣ ହୋଇଛି। ବାଘୁଣୀର ରିପୋର୍ଟ ପଜିଟିଭ୍‌ ଆସିଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବତ ମାର୍ଚ୍ଚ ୧୬ଠାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିଡ଼ିଆଖାନାକୁ ବନ୍ଦ କରାଯାଇଥିଲା। ଆମେରିକା କୃଷି ବିଭାଗର ଜାତୀୟ ଭେଟେରେନାରୀ ସର୍ଭିସେଜ୍‌ ଲାବେରୋଟୋରୀ ପକ୍ଷରୁ କୁହାଯାଇଛି ଯେ, ପ୍ରାଣୀଙ୍କଠାରେ କରୋନା ପଜିଟିଭ୍‌ ମିଳିବା ଏହା ପ୍ରଥମ ଘଟଣା। କୌଣସି କର୍ମଚାରୀଙ୍କ ଦ୍ୱାରା ୪ ବର୍ଷର ମଲାୟନ ପ୍ରଜାତିର ବାଘୁଣୀ କରୋନା ସଂକ୍ରମିତ ହୋଇଥିବା ଚିଡ଼ିଆଖାନାର ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟି ପକ୍ଷରୁ କୁହାଯାଇଛି। ଏଭଳି ଘଟଣା ଘଟିବା ପରେ ଚିଡ଼ିଆଖାନାର ୫ ସିଂହ ଏବଂ ଅନ୍ୟ ବାଘଙ୍କ ନମୁନା ସଂଗ୍ରହ କରାଯାଇ ଯାଞ୍ଚ୍‌ ପାଇଁ ପଠାଯାଇଛି।

Share