ନୟାଗଡ଼ରୁ ୭ କରୋନା ପଜିଟିଭ ଚିହ୍ନଟ: ଗୋଷ୍ଠୀ ସଂକ୍ରମଣ ଭୟରେ ୪ ଗାଁ, ଗୋଟିଏ ବଜାରକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ନୟାଗଡ଼ ଅଫିସ/ ରଣପୁର, ୧୩।୬(ସ୍ବ.ପ୍ର.): ନୟାଗଡ଼ ଜିଲାରୁ ଶନିବାର ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତରେ ଶୁକ୍ରବାର ରାତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି ହୋଇଥିଲା। ଏହା ପରେ ରାଜସୁନାଖଳା ସରପଞ୍ଚ ସସ୍ମିତା ସାହୁ ପଞ୍ଚାୟତର ରାଜସୁନାଖଳା, କୋଟଗଡ଼, ରମାବିଲ, ନୃସିଂହପୁର ଟାଙ୍ଗିସାହି ଗ୍ରାମ ସମେତ ଦୁର୍ଗା ବଜାରକୁ ୧୨ ତାରିଖ ରାତି ୧୨ଟାରୁ ୧୬ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରିଛନ୍ତି।
ସେହିପରି ନୂଆଗାଁ ବ୍ଲକର ବାହାଡ଼ାଝୋଲା କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମହିପୁରର ୨ କ୍ୱାରାଣ୍ଟାଇନ ସେଣ୍ଟରରୁ ୨ ଜଣ, ସଂପଡା କ୍ୱାରାଣ୍ଟାଇନ ସେଣ୍ଟରରୁ ୧, ଭାପୁର ବ୍ଲକ ଚକ୍ରଧରପ୍ରସାଦ କ୍ୱାରାଣ୍ଟାଇନ ସେଣ୍ଟରରୁ ୨ଜଣ ଚିହ୍ନଟ ହୋଇଛନ୍ତି।

Share