ନୟାଗଡ଼ରେ ବାଟବଣା ଲକ୍‌ଡାଉନ୍‌: ଗଳାବାଟ ବାଛୁଛନ୍ତି ଲୋକେ, ସୁରକ୍ଷା ପ୍ରତି ଖାତିର ନାହିଁ

ନୟାଗଡ ଅଫିସ,୨୫।୩: କରୋନାର ପ୍ରତିଷେଧକ ପାଇଁ ନୟାଗଡ ଜିଲା ସଦର ମହକୁମାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏଥିପାଇଁ ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି। ହେଲେ ସରକାରଙ୍କ କଟକଣାକୁ ଲୋକ ମାନୁ ନାହାନ୍ତି । ବରଂ ରାସ୍ତା ବନ୍ଦକୁ ଛାଡି ନୟାଗଡ଼ ସହରର ଗଳାବାଟକୁ ଲୋକମାନେ ଯାତାୟତର ମାଧ୍ୟମ ରୂପେ ବାଛି ନେଇଛନ୍ତି । ଗଳାବାଟରେ ଯାନବାହନ ଚାଲିଛି । ଏଭଳିସ୍ଥଳେ ସରକାରଙ୍କ ଲକ୍‌ଡାଉନ୍‌ ଲାଭ କଣ ବୋଲି ଚର୍ଚ୍ଚା ହେଉଛି । ନୟାଗଡ ଜିଲାର ଲୋକମାନେ ନିଜ ଲାଗି ନିଜେ ସୁରକ୍ଷାର ବାଟକୁ ବନ୍ଦ କରି ଦେଉଥିବା ଚର୍ଚ୍ଚା ହେଉଛି ।

Share