ଭୁବନେଶ୍ୱର,୧୩।୩(ବ୍ୟୁରୋ): ନୟାଗଡ଼ର କରୋନା ସନ୍ଦିଗ୍ଧ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଗତ ୪ ଦିନ ହେବ ଥଣ୍ଡା ଏବଂ ଜ୍ୱର ହୋଇଛି। ଶୁକ୍ରବାର ସ୍ବାବ୍ ନମୁନା ପରୀକ୍ଷା ଲାଗି ଆର୍ଏମ୍ସିକୁ ପଠାଯାଇଛି।
ସୂଚନାଯୋଗ୍ୟ, ତାମିଲନାଡ଼ୁରେ ରହି କାମ କରୁଥିବା ନୟାଗଡ଼ର ଉକ୍ତ ଯୁବକ ଗୁରୁବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରୁ ଫେରିବା ପରେ ତାଙ୍କୁ ଜ୍ୱର ଓ କାଶ ହେବାରୁ ଭାପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା।