ନୟାଗଡ଼ର ୨ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୮।୧୦: ୫ ଟି ଅଭିଯୋଗ ଏବଂ ଏକ ମାମଲାରେ ଗୋଟିଏ ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବା ଅଭିଯୋଗରେ ନୟାଗଡ଼ର ୨ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ଫତେଗଡ଼ ଥାନା ଭାପୁର ଫାଣ୍ଡିର ଏଏସ୍‌ଆଇ ଅପର୍ତ୍ତି ସାହୁ ଏବଂ ଦର୍ପନାରାୟଣପୁର ଫାଣ୍ଡିର କନେଷ୍ଟବଳ ଅଚ୍ୟୁତାନନ୍ଦ ପ୍ରଧାନ। ଏଏସ୍‌ଆଇ ଅପର୍ତ୍ତି ୨୦୧୫ ମସିହାରେ ଏକ ଦୁର୍ଘଟଣା ମାମଲାର ତଦନ୍ତ ଦାୟିତ୍ୱ ନେଇ ଦୁର୍ଘଟଣା ଘଟାଇଥିବା ଏକ ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନମ୍ବରରେ ମାମଲା କରିଥିଲେ। ଉଭୟଙ୍କୁ ଏସ୍‌ପି ଶଶିଭୂଷଣ ଶତପଥୀ ନିଲମ୍ବିତ କରିଥିଲେ।

Share