ନୟାଗଡ଼ ଆର୍‌ଟିଓ କାର୍ଯ୍ୟାଳୟରୁ ଦଲାଲ୍‌ ଗିରଫ: ଟଙ୍କା, କାଗଜପତ୍ର ଜବତ

ନୟାଗଡ଼ ଅଫିସ,୩୧ା୧୦: ନୟାଗଡ଼ ଜିଲା ଆରଟିଓ କାର୍ଯ୍ୟାଳୟରୁ ଗୁରୁବାର ଜଣେ ଦଲାଲକୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ସଦର ଥାନା ଜାମୁସାହି ଗ୍ରାମର ମୁରଲୀଧର ରାଉତ। ତାଙ୍କ ନିକଟରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା, ବିଭିନ୍ନ କାଗଜପତ୍ର, ପାସପୋର୍ଟ ଏବଂ ଏକ ବାଇକ୍‌ ଜବତ କରାଯାଇଛି। ଏ ନେଇ ଥାନାରେ ମାମଲା ରୁଜୁ କରାଯାଇ ମୁରଲୀଧରଙ୍କୁ ଗିରଫ କରାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି। ବିଭିନ୍ନ ସମୟରେ ସେ ଦଲାଲ୍‌ କରୁଥିବା ନେଇ ଅଭିଯୋଗ ହେବାପରେ ଏସ୍‌ପି ଶଶିଭୂଷଣ ଶତପଥୀ ଚଢ଼ାଉକରି ମୁରଲୀଙ୍କୁ ଗିରଫ କରିଥିଲେ।

Share