ନୟାଗଡ଼ ଜାତୀୟ ରାଜପଥରୁ ଅଚିହ୍ନା ମୃତଦେହ ଉଦ୍ଧାର

ରଣପୁର, ୨୧।୫(ସ୍ବ.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାଜସୁନାଖଳା ନିକଟ ଧୂମାନାଳ ପୋଲ ନିକଟରୁ ମଙ୍ଗଳବାର ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନାହିଁ। ତେବେ ମୃତବ୍ୟକ୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହେଉଥିବା ବେଳେ ସେ ଉଲଗ୍ନ ଅବସ୍ଥାରେ ପଡ଼ିଥିଲେ। ମୃତ୍ୟୁର କାରଣ ହତ୍ୟା ନା ଦୁର୍ଘଟଣା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ରାଜସୁନାଖଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ତଦନ୍ତ ଚଳାଇଛି। ଏ ପର୍ଯ୍ୟନ୍ତ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।