ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୟାଗଡ଼ ଅଫିସ,୪।୧୦: ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦ୍ୱିତୀୟ ମହଲା ସାଧାରଣ ଓ ବିବିଧ ଉପବିଭାଗ ( ଜେନେରାଲ ଆଣ୍ଡ ମିସ୍‌ ସେକ୍ସନ)ରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ କମ୍ପ୍ୟୁଟର ଓ ପ୍ରିଣ୍ଟର ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ଫାଇଲଗୁଡ଼ିକ ସୁରକ୍ଷିତ ରହିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ସକାଳୁ) ଉକ୍ତ କୋଠରିରେ ବିସ୍ଫୋରଣ ଶଦ୍ଦ ହୋଇଥିଲା। ପରେ ସେଠାରେ ଥିବା ରାତି ଜଗୁଆଳ ଚାରିଆଡ଼େ ଧୂଆଁ ବାହାରୁଥିବା ନୟାଗଡ଼ ଅଗ୍ନିଶମ କର୍ମଚାରୀଙ୍କୁ ଖବରଦେଇଥିଲେ। କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ କହିଛନ୍ତି।

Share