ନୟାଗଡ଼ ଜିଲାରେ ୪ କରୋନା ପଜିଟିଭ୍‌: ୩ ସାହି କଣ୍ଟେନମେଣ୍ଟ, ୩ ସାହି ବଫର ଜୋନ୍‌ ଘୋଷଣା

ନୟାଗଡ଼ ଅଫିସ,୧୦।୬: ନୟାଗଡ଼ ଜିଲାରେ ବୁଧବାର ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟଖଣ୍ଡ କ୍ବାରାଣ୍ଟାଇନ ସେଣ୍ଟରରୁ ୨, ଦଶପଲ୍ଲା କ୍ବାରାଣ୍ଟାଇନ ସେଣ୍ଟରରୁ ୧ ଓ ନୟାଗଡ଼ ବ୍ଲକ ଲେଙ୍କୁଡ଼ିପଡ଼ା କ୍ବାରାଣ୍ଟାଇନ ସେଣ୍ଟରରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୪ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ସଂଖ୍ୟା ୯୬ରେ ପହଞ୍ଚିଛି।
ତେବେ ଏ ନେଇ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡର ମହାନ୍ତିସାହି, ଶାସନସାହି ଓ ପାଟନାସାହି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଅନୁରୂପ ଭାବେ ବଡ଼ସାହି, ଡିମିରିସାହି ଓ କଇମ ସାହିକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି । ମଧ୍ୟଖଣ୍ଡ କ୍ବାରାଣ୍ଟାଇନ ସେଣ୍ଟରରୁ ୨ ଜଣ ପ୍ରବାସୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଦଶପଲ୍ଲା ତହସିଲଦାରଙ୍କ ରିପୋର୍ଟ ଉପରେ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଛି।