ନୱାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର: ଇମ୍ରାନ କହିଲେ, କାହା ଜୀବନ ବଞ୍ଚାଇବା ଗ୍ୟାରେଣ୍ଟି ଦେଇପାରିବି ନାହିଁ

ଇସଲାମାବାଦ,୨୯।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ପାନାମା ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ ଭୋଗୁଥିବା ନୱାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ସପ୍ତାହେ ହେବ ଲାହୋରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏପରିସ୍ଥଳେ ତାଙ୍କ ଠିକ୍‌ ଭାବେ ଚିକିତ୍ସା କରାଯାଉ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦାୟୀ କରିଛନ୍ତି। ଏହାର ଜବାବରେ ଇମ୍ରାନ କହିଛନ୍ତି, ମୁଁ ତ ନିଜ ଜୀବନର ଗ୍ୟାରେଣ୍ଟି ଦେଇପାରିବି ନାହିଁ, ତେବେ ଅନ୍ୟ ଜୀବନ ବଞ୍ଚାଇବା ଗ୍ୟାରେଣ୍ଟି କେମିତି ଦେଇପାରିବି ବୋଲି ସେ ପ୍ରଶ୍ନ କରିଛନ୍ତି। ସରିଫଙ୍କ ବ୍ଲଡ ପ୍ଲେଟିଲେଟସ ୪୫ ହଜାରରୁ ୨୫ହଜାର ହୋଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପାନାମା ପେପର ମାମଲାରେ ସେ ଏବେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ୨୪ ଡିସେମ୍ବର ୨୦୧୮ରୁ ସେ ଏବେ ଜେଲରେ ସଜା କାଟୁଛନ୍ତି। ୭ ବର୍ଷ ପାଇଁ ଜେଲ ସଜା ଦେଇଛନ୍ତି ପାକିସ୍ତାନର ସର୍ବୋଚ୍ଚ କୋର୍ଟ। ଏବେ ତାଙ୍କୁ ଜାମିନ ମିଳିଛି।

Share