ନ ଛୁଇଁଲେ ବି ବାଜିବ ମନ୍ଦିରର ଘଣ୍ଟି

ମନ୍ଦସୌର,୧୩।୬: କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍‌ଡାଉନ ହଟିବା ପରେ ଏବେ ଧାର୍ମିକସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି କଟକଣା ମଧ୍ୟ ଲାଗୁ କରାଯାଇଛି। ଯେମିତି ମନ୍ଦିର ପରିସରରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବା। ମନ୍ଦିରରେ ଘଣ୍ଟି ନ ବଜାଇବା ଆଦି ନିୟମ ରଖାଯାଇଛି। ଏମିତି ସମୟରେ ମଧ୍ୟ ପ୍ରଦେଶ ମନ୍ଦସୌରରେ ଥିବା ପଶୁପତିନାଥ ମନ୍ଦିରରେ ଏମିତି ଏକ ଘଣ୍ଟି ଲଗାଯାଇଛି ଯାହାକୁ ନ ଛୁଇଁଲେ ବି ଏହା ବାଜିବ। ଏଥିରେ ଅଟୋମେଟିକ ସେନସର ଲଗାଯାଇଛି। ଫଳରେ ଘଣ୍ଟିକୁ କେହି ନ ଛୁଇଁଲେ ବି ଏହା ବାଜିବ। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଏଭଳି କରାଯାଇଥିବା କହିଛି ମନ୍ଦିର ପ୍ରଶାସନ। ନହୁର ଖାଁ ନାମକ ଜଣେ ବ୍ୟକ୍ତି ଏହା ସ୍ଥାପନ କରିଥିବା କୁହାଯାଏ। ଏହାକୁ ନେଇ ନହୁର କୁହନ୍ତି କରୋନା ସଂକ୍ରମଣକୁ ରୋକିବାକୁ ସେ ଏମିତି ଏକ ଉପାୟ ଚିନ୍ତା କରିଥିଲେ। ଏହାକୁ ନେଇ ଭକ୍ତ କୁହନ୍ତି ମନ୍ଦିରରେ ପୂଜା କରିବାକୁ ହେଲେ ଘଣ୍ଟି ବଜାଇବା ଜରୁରୀ ବୋଲି କୁହାଯାଏ। ତେଣୁ ବିନା ଛୁଇଁବାରେ ଯଦି ଘଣ୍ଟିି ବାଜି ପାରରୁଛି ତେବେ ଏହା ନିଶ୍ଚିତ ଭାବେ ଭଲ।

Share