Categories: ଜାତୀୟ

ନ ସୁଧୁରିଲେ ଚିଦାମ୍ବରମ୍‌ଙ୍କ ଭଳି ଦଶା ଭୋଗିବ

ବଲିଆ,୧୬ା୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁଧୁରିଯାଆନ୍ତୁ। ନଚେତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଭଳି ଦଶା ଭୋଗିବେ ବୋଲି ରବିବାର ଭାଜପା ନେତା ସୁରେନ୍ଦ୍ର ସିଂ ଧମକ ଦେଇଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି।
ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଉତ୍ତରପ୍ରଦେଶର ବୈରିଆ ବିଧାୟକ ସୁରେନ୍ଦ୍ର ସିଂ କହିଛନ୍ତି, ଟିଏମ୍‌ସି ସୁପ୍ରିମୋ ମମତା ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ। କାରଣ ସେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ବିରୋଧ କରୁଛନ୍ତି। ତାଙ୍କ ପାଇଁ ଖରାପ ସମୟ ଆରମ୍ଭ ହୋଇଯାଇଛି ବୋଲି ସେ ଭୁଲିଯାଇଥିବା ଏଥିରୁ ଜଣାପଡ଼ୁଛି। ମମତା ନିଜ ଭାଷା ଓ ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ। ନ ହେଲେ ଜେଲ୍‌ରେ ଥିବା କଂଗ୍ରେସ ନେତା ଚିଦାମ୍ବରମଙ୍କ ଭଳି ତାଙ୍କ ଅବସ୍ଥା ହେବ।

Share