ପଁଚେତ୍‌ରେ କାଗଜପତର ଦାଖଲ କରି ନିରାଶ: ବଏସ୍‌ ୭୦, ଭତାରୁ ବଁଚିତ୍‌ ପଞ୍ଚାନନ

ଅତାବିରା, ୧୧।୬ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ, ମଧୁବାବୁ ଲେଖେଁ ପେନ୍‌ସନ ଯୋଜନାରେ ସାମିଲ କରି ଫିମାସ ଭତା ଯୁଗେଇ ଦେଉଛନ୍‌। ଇଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଫିବଛର ରାଜକୋଷରୁ କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ କେତେ ଅଧ୍‌କାରୀ, କରମ୍‌ଚାରୀ, ସରପଁଚ୍‌, କାର୍ଯ୍ୟନିର୍ବାହୀ ଅଧ୍‌କାରୀମାନକର ଦାଇତିଅହୀନତାର ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ହେଲେ ସରକାର ଇ ଅଧ୍‌କାରୀ, କରମଚାରୀକର ଉପରେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାର, ଅନେକ ଜାଗାରେ ସରକାରକଁର ଇ ମହତ୍‌ ଯୋଜନା ବାଟବନା ହେଉଛେ। ଅନେକ ପଁଚେତ୍‌, ବ୍ଲକ ଅଫିସମାନକେ ଆବେଦନ ପତର ବଛର ବଛର ହେଲା ଖତଖାଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାରେ। ଗଁାର ପଞ୍ଚାନନ ପାତ୍ର(୭୦) ବାରବାର ବୁଢ଼ାବୁଢ଼ି ଭତାର ଲାଗି ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୁରଲୀଧର ନାୟକକୁଁ ପଚରାଲାରୁ ବ୍ଲକ ଅଫିସରେ ଦରକାରୀ କାଗଜପତର ଦାଖଲ କଲେ ଭତା ଯୁଗେଇ ଦିଆଯିବା ବଲି ସେ କହିଥିଲେ।