ପଁଚେତ୍‌ର ସମସିଆ ବାବ୍‌ଦେ ବିଡିଓକୁଁ ଦାବିପତର

ଜାମଟିକ୍ରା, ୨।୭ (ଡି.ଏନ୍‌.ଏ.): ଅତାବିରା ବ୍ଲକ ଅମଲିପାଲି ପଁଚେତ୍‌ର ପାଖାପାଖି ୭୦ ଭାଗ୍‌ ଲୋକ ଅନୁସୂଚୀତ ଜାତି ଆର ଜନଜାତି ବରଗର ଆଏ। ୧୨ଟା ଓ୍ବାର୍ଡକେ ନେଇ ଇ ପଁଚେତ୍‌ ଗଠିତ୍‌। ଇ ପଁଚେତ୍‌ରେ ସବୁବେଲେ ଭିନେ ଭିନେ ସମସିଆ ଲାଗିରହିଛେ। ଇସବୁର ସମାଧାନ ଲାଗି ପଁଚେତ୍‌ବାସୀ ସୋମବାର ସକାଲର ସାଢ଼େ ୧୧ ବଜେ ବିଡିଓକୁଁ ଗୁଟେ ଦାବିପତର ଦେଇଛନ୍‌।
ଇ ପଁଚେତ୍‌ରେ ୬୦ ବଛର୍‌ରୁ ଅଧ୍‌କା ବଏସ୍‌ ହେଇଥିବାର ଅନେକ ଲୋକ୍‌ ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ହେଇଛନ୍‌। ହେଲେ ୬୦ରୁ କମ୍‌ ବଏସର ଲୁକ୍‌କୁ ଭତା ମିଲୁଛେ। ଅନେକ ଗରିବ ଦୁଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଁଡ଼େ ନାଇଁ ପାଏବାର। ଯେନ୍‌ଥିରଲାଗି ସେମାନେ ବରଷାରେ ବଡ଼ା ଗୁଲଗୁଲା ହେଇ ରହୁଛନ୍‌। ସେନ୍‌ତା ସ୍ବଚ୍ଛ ଭାରତ ମିଶନ ଜରିଆରେ ଅନେକ ଲୋକ ପାଇଖାନା ଆଏଜ୍‌ତକ ନାଇଁପାଇ। ପଁଚେତ୍‌ର ରାସ୍‌ତାଘାଟ କଥା ନାଇଁ କହେବାର ଭଲ। ଇ ପଁଚେତ୍‌ରେ ଉନ୍‌ନୟନ କାମ୍‌ ଗୁଟେ ପରକାର ଠପ୍‌ ହେଇଯାଇଛେ ବଲି ପଁଚେତ୍‌ବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ସମସିଆର ସମାଧାନ କରବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।