Categories: ଖେଳ

ପଏଣ୍ଟ ଭିତ୍ତିରେ ସେଲ୍‌ଟିକ୍‌ ଚାମ୍ପିୟନ

ଲଣ୍ଡନ, ୧୯ା୫ (ଏଏଫ୍‌ପି)-ସେଲଟିକ୍‌ କ୍ରମାଗତ ୯ମ ଥର ପାଇଁ ସ୍କଟିଶ ପ୍ରିମିୟରଶିପ୍‌ ଟାଇଟଲ ହାସଲ କରିଛି। ଏଥିସହିତ ଲଗାତର ଚାମ୍ପିୟନ ହେବାରେ ଟିମ୍‌ ରେକର୍ଡ ସମକକ୍ଷ ହୋଇଛି। କରୋନା ଭାଇରସ୍‌ ମହାମାରୀ ଯୋଗୁ ୮ଟି ମ୍ୟାଚ ବାକିଥାଇ ଟୁର୍ନାମେଣ୍ଟ ସ୍ଥଗିତ ବେଳକୁ ଅଧିକାଂଶ କ୍ଲବର ୮ଟି ଲେଖାଏଁ ମ୍ୟାଚ୍‌ ବାକି ରହିଥିଲା। ସେତେବେଳେ ପଏଣ୍ଟ ଟେବୁଲରେ ନିଲ୍‌ ଲେନନ୍‌ଙ୍କ ଦଳ ସେଲ୍‌ଟିକ୍‌ ଶୀର୍ଷ ସ୍ଥାନରେ ରହିଥିଲା। ଦଳ ଦ୍ୱିତୀୟ ସ୍ଥାନରେ ରହିଥିବା ରେଞ୍ଜର୍ସଠାରୁ ୧୩ ପଏଣ୍ଟ ଆଗୁଆ ରହିଥିଲା। ମ୍ୟାଚ୍‌ ପିଛା ପଏଣ୍ଟ ଫର୍ମୁଲା ଅନୁସାରେ ଫାଇନାଲ ଲିଗ୍‌ର ସ୍ଥାନ ନିରୂପଣ ହୋଇଥିଲା। ସେଲଟିକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ପିଟର ଲଓ୍ବେଲ କହିଛନ୍ତି ସମର୍ଥକଙ୍କ ଉପସ୍ଥିତିରେ ଟାଇଟଲ ବିଜୟୀ ହୋଇଥିଲେ ଆମକୁ ଅଧିକ ଆନନ୍ଦ ମିଳିଥାନ୍ତା। ହେଲେ ଆମେ ଟାଇଟଲ ହାସଲ କରିବା ଲାଗି ହକ୍‌ଦାର ବୋଲି ଏଥିରେ କେହି ଦ୍ୱିମତ ହେବେ ନାହିଁ।

Share