Categories: ଫୁରସତ

ପକେଟ୍‌ମାର କରି ମାସକୁ ୧୯ ଲକ୍ଷ ଟଙ୍କା କମାନ୍ତି ଏହି ମହିଳା, କିନ୍ତୁ ପାଖରେ ନାହିଁ ଗୋଟିଏ ଟଙ୍କା

ଲଣ୍ଡନ,୨୯।୧୨: ଆଜି ଆମେ ଏକ ଅଜବ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯେ କି ମାସକୁ ପକେଟମାର୍‌ କରି ଲକ୍ଷ ଲକ୍ଷ ଟଙ୍କା କମାନ୍ତି, କିନ୍ତୁ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ୨୩ ବର୍ଷୀୟା ଏହି ମହିଳା ଜଣଙ୍କ ଲଣ୍ଡନରେ ରୁହନ୍ତି। ସେ ସେଠାରେ ଏହି ବୃତ୍ତି କରି ମାସକୁ ପାଖାପାଖି ୧୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଚଳିତବର୍ଷ ସେ ପ୍ରାୟ ୨.୩ କୋଟି ଟଙ୍କା ରୋଜଗାର କରିଛନ୍ତି। ମୂଳତଃ ବୁଲଗେରିଆର ଏହି ମହିଳା ଜଣଙ୍କ କହିଛନ୍ତି, ଲକ୍ଷ ଲକ୍ଷ ଟଙ୍କା ପକେଟମାର୍‌ କରୁଥିଲେ ମଧ୍ୟ ମୋ ପାଖରେ ଟଙ୍କାଟିଏ ରୁହେ ନାହିଁ। କାରଣ ସବୁ ଟଙ୍କା ସ୍ବାମୀଙ୍କୁ ଦେଇଦିଏ। କାରଣ ମୋତେ ୧୪ ବର୍ଷ ବୟସ ହୋଇଥିବାବେଳେ ମୋ ମାତାପିତା ୬୨ ଲକ୍ଷ ଟଙ୍କାରେ ମୋତେ ବିକ୍ରି କରିଦେଇଥିଲେ। ଯଦି ମୁଁ ସ୍ବାମୀଙ୍କ କଥା ନ ମାନି ତାଙ୍କୁ ଟଙ୍କା ନ ଦେବି, ତେବେ ସେ ମୋଠାରୁ ଦୁଇ ସନ୍ତାନଙ୍କୁ ଅଲଗା କରିଦେବେ। ଯେଉଁ ଲୋକଙ୍କ ଟଙ୍କା ମୁଁ ଚୋରି କରିଛି ସେମାନଙ୍କୁ ଏତିକି କହିବି ମୁଁ ଜଣେ ଭଦ୍ର ମହିଳା। ମୁଁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ଚାହୁଁଛି। କିନ୍ତୁ ପରିସ୍ଥିତି ମୋତେ ଏଭଳି କୁତ୍ସିତ କାମ କରିବାକୁ ବାଧ୍ୟ କରୁଛି ବୋଲି ସେ କହିଛନ୍ତି।

Share