ଖଡିଆଳ, ୨୦।୩ (ଡି.ଏନ୍.ଏ.)-
ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗୋଇମୁଣ୍ଡି ଗଁ। ର ଅଶୋକ ଚଲାନ(୪୨)। ସେ ଆଏଜ୍କେ ୧୫ ଦିନ୍ ତଲେ ପକ୍ଷାଘାତ ରୋଗ୍ରେ ଆକ୍ରଁ। ତ ହେଇଛନ୍। ହେଲେ ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁପାରି କରି ଭଗବାନ ଭରସାରେ ଘରେ ପଡ଼ି ରହିଛନ୍।
ସୂଚନା ଅନ୍ସାରେ ଗୋଇମୁଣ୍ଡି ଗଁ। ର ଅଶୋକ ଚଲାନକଁର ପରିବାର କହେଲେ ମାଏକିନା ଝୁନିତା ଆର ପୁଓ ଅନୁଜକୁଁ ନେଇ ସଁସାର। ଅଶୋକ ଝନେ ଛୋଟ୍ ଚାଷୀ, କୁଲିମଜୁରି କରି ନିଜର କୁଟୁମ ପୁଷୁଥିଲେ। ସେ ଘରର ଝନେ ବଲି ରୁଜ୍ଗାରିଆ ଲୋକ୍। ହେଲେ ମାର୍ଚ୍ଚ ୨ ତାରିଖ ହଠାତ୍ ସେ ପକ୍ଷାଘାତ ରୋଗ୍ରେ ପଡ଼ଲେ। ତାକର ଡେବ୍ରି ଫାଲର ଗୋଡ଼ହାତ୍ ପଡ଼ିଯାଇଛେ। ସେ ଚାଲବୁଲ କରି ନାଇଁପାରବାର। ଏନ୍ତାଥି ମାଏକିନା ଝୁନିତା ଧାରଉଧାର କରି ତାହାକୁ ଆସର ପାସର ଡାକ୍ତରଖାନା ନେଇ ଚିକିଛା କରେଇଥିଲେ। ହେଲେ ଡାକ୍ତର ଅଶୋକକୁଁ ଭଲ କରବାକେ ହେଲେ ଉଚ ଚିକିଛା ଦରକାର ଆର ଲକ୍ଷାଧିକ୍ ଟଁକା ଖରଚ୍ ହେବା ବଲି କହିଥିଲେ। ଇଆଡ଼େ ଘରର ପରିସ୍ଥିତି ଏନ୍ତା ଯେ ଅଶୋକକଁର ଚିକିଛା ତ ଦୂରର କଥା ଦୁଇବେଲା ଦୁଇମୁଠା ଖାଏବାରଟା ଯୁଟାବାକେ ଝୁନିତା ଯୁଝୁଛନ୍। ଇ ଦିଗେ ଥାନୀଅ ପରଶାସନ ଦୁରୁଷ୍ଟି ଦେଇ ଅଶୋକକୁଁ ଚିକିଛା ସାହାଯ୍, ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଆର ଆବାସ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ମହେନ୍ଦ୍ର ଚଲାନ, ପ୍ରଦୀପ ଚଲାନ ପରମୁଖ ଗଁାବାସୀ ଦାବି କରିଛନ୍। ଇ ବାବ୍ଦେ ଖଡିଆଳ ବିଡିଓ ଉତ୍ତମ ବାଗକୁଁ ପଚ୍ରାଲାରୁ ସରକାରକଁର ନିୟମ ଅନ୍ସାରେ ଅଶୋକକୁଁ ଚିକିଛା ସୁବିଧା ସଂଗେ ଆବାସ ଯୋଜନାରେ ସାମିଲ କରାଯିବା ବଲି କଥା ଦେଇଛନ୍।