ପକ୍ଷାଘାତରେ ପୀଡ଼ିତ ଶୁକଦେବ: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ଦେବକୀ

 

ଲୋଇସିଂହା, ୨୧।୧୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ଗଁାର ଶୁକଦେବ ପଧାନ(୪୫)। ସେ ବନେ ବଛରକେତେ ହେଲା ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଥିଲାବେଲେ ମାଏକିନା ଦେବକୀ କିଡ୍‌ନୀ ରୋଗ୍‌ରେ ବୁର୍ଲା ବଡ଼ ଡାକ୍‌ତରଖାନାରେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଡାକ୍‌ତର ଦେବକୀକଁର ଉଚ ଚିକିଛା ଲାଗି କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଛନ୍‌। ହେଲେ ଟଁକା ପଏସା ଅଭାବୁ ପରିବାର ଲୋକ ତାହାକୁ କଟକ ନେଇ ନାଇଁପାରବାର। ଗଁାବାସୀକର ଚଁାଦାଭେଦାରେ ଦେବକୀ ଏହେଦେ ବୁର୍ଲା ବଡ଼ ଡାକ୍‌ତରଖାନାରେ ଚିକିଛିତ ହେଉଛନ୍‌।
ସୂଚନା ଅନ୍‌ସାରେ ଯୋଗୀସର୍ଡ଼ା ଗଁାର ଶୁକଦେବକଁର ପରିବାର କହେଲେ ମାଏକିନା ଦେବକୀ ଆର ଦୁଇ ପୁଓ ରାହୁଲ, ରୋହନକେ ନେଇ ସଁସାର। ଶୁକଦେବ କୁଲିମଜୁରି କରି କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କେ ୫ ବଛର ତଲେ ସେ ପକ୍ଷାଘାତ ରୋଗ୍‌ରେ ପଡ୍‌ଲେ। ବହୁତ ଟଁକା ପଏସା ଖରଚ୍‌ କଲା ଉତାରୁ ବି କିଛି ଲାଭ ନାଇଁ ହେଲା। ଗୁଟେ ବାଡ଼ି ସାହାଯ୍‌ରେ ସେ ବଡ଼ା କଷ୍‌ଟେ ଚାଲବୁଲ କରୁଛନ୍‌। ଏନ୍‌ତାଥି ପରିବାରର ବୋଝ୍‌ ଦେବକୀକଁର ଉପରେ ପଡ଼ିଥିଲା। ସେ କୁଲିମଜୁରି କରି ୪ ପରାନୀ କୁଟୁମ ପୁଷ୍‌ବାର ସଂଗେ ଆପ୍‌ନେ ଶୁକଦେବକଁର ଉଷୋକଷା, ଛୁଆପିଲାକର ପାଠ୍‌ପଢ଼ା ଖରଚ୍‌ ତୁଲଉଥିଲେ। ହେଲେ ଦୁଖର କଥା ଦୁଇ ହପ୍‌ତା ତଲେ ଦେବକୀକଁର ଦିହିପା ବିଗ୍‌ଡ଼ି ଝାଡ଼ା ହେଇଥିଲା। ପରିବାର ଲୋକ ତାହାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭରତି କଲେ। ହେଲେ ସେଠାନେ ଅବସ୍‌ତା ନାଇଁ ସୁଧିରଲାରୁ ପରିବାର ଲୋକ୍‌ ତାହାକୁ ବୁର୍ଲା ନେଲେ। ବୁର୍ଲାରେ ଡାକ୍‌ତର ପରୀକ୍ଷା ନିରୀକ୍ଷା କଲାରୁ ଦେବକୀ କିଡ୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ଏହେଦେ ବୁର୍ଲା ଡାକ୍‌ତର ଉଚ ଚିକିଛା ଲାଗି ଦେବକୀକୁଁ କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଛନ୍‌। ହେଲେ ଟଁକା ପଏସା ଅଭାବୁ ପରିବାର ଲୋକ ଦେବକୀକୁଁ କଟକ ନେଇ ନାଇଁପାରବାର। ଇ କଥା ଜାନଲାରୁ ଗଁାବାସୀ ୨୨ ହଜାର ଟଁକା ଚଁାଦାଭେଦା କରି ତାକର ଲାଗେଲେସର ହାତେ ବୁର୍ଲା ପଠେଇଛନ୍‌। ହେଲେ ଇ ଟଁକା ବି ଚିକିଛା ଲାଗି ଅଭାବ ପଡୁଛେ। ଏହେଦେ ଦେବକୀ ଟଁକା ପଏସା ଅଭାବୁ ବୁର୍ଲା ବଡ଼ ଡାକ୍‌ତରଖାନାରେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଇ କଥାଟା ପରିବାର ଲୋକ୍‌ ତାକର ଦୁଇ ନାବାଲକ ପୁଓକୁ ଲୁକେଇକରି ରଖିଛନ୍‌। ରାଏଜ୍‌ ସରକାର ଆର ଜିଲା ପରଶାସନ ଇ ଦୁଖି ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ମାହାଲିଆ ଚିକିଛା ସୁବିଧା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡିଆକୁଁ ପଚ୍‌ରାଲାରୁ ସରକାରୀ ଡାକ୍‌ତରଖାନାରେ ଯେହେତୁ ଚିକିଛିତ ହେଉଛନ୍‌ ସେ ନିହାତି ଭାବେ ସରକାରକଁର ତରଫୁ ମିଲୁଥିବାର ସୁବିଧା ପାଉଥିବେ। ମୁଇଁ ଇ ବାବ୍‌ଦେ ଜିଲାପାଳକଁର ସଂଗେ କଥା ହେଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ କିଛି ସାହାଯ୍‌ର ବେବସ୍‌ତା କରମି ବଲି ସେ କହିଥିଲେ।

Share