Categories: ଖେଳ

ପକ୍ଷୀର ଜୀବନ ବଞ୍ଚାଇଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ ଥିଲେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଏକ ପକ୍ଷୀର ଜୀବନ ବଞ୍ଚାଉଥିବା ଦେଖାଯାଇଛି। ପକ୍ଷୀଟିକୁ ପାଣି ଦେଇ ବଞ୍ଚାଇ ତାକୁ ନିଜ ହାତରେ ରଖିଥିବାର ଦେଖାଯାଇଛି। ଭିଡିଓଟିକୁ ଇନଷ୍ଟାଗ୍ରାମରେ ଧୋନୀଙ୍କ ଝିଅ ଜିଭା ପୋଷ୍ଟ କରିଛନ୍ତି।
ସେ କହିଛନ୍ତି, ‘ସନ୍ଧ୍ୟାରେ ଏକ ପକ୍ଷୀ ଆମ ଲନ୍‌ରେ ଚେତାଶୂନ୍ୟ ହୋଇ ପଡ଼ିଥିଲା। ମୁଁ ମା’(ସାକ୍ଷୀ)ଏବଂ ପାପା(ଧୋନୀ)ଙ୍କୁ ଡାକିଲି। ପାପା ସେହି ପକ୍ଷୀଟିକୁ ଧରି ପାଣି ଦେଲେ। କିଛି ସମୟ ପରେ ପକ୍ଷୀ ଆଖି ଖୋଲିଲା। ଆମେ ସମସ୍ତେ ବହୁତ ଖୁସି ହେଲୁ। ସେହି ପକ୍ଷୀକୁ ପତ୍ର ଉପରେ ରଖିଲୁ। ଏହା ପରେ ସେ ହଠାତ୍‌ ଉଡ଼ିଗଲା। ମୁଁ ତାଙ୍କୁ ମୋ ସହିତ ଅଟକାଇବାକୁ ଚାହୁଁଥିଲି କିନ୍ତୁ ମୋ ମା’ ମୋତେ କହିଥିଲେ ଯେ, ସେ ତାଙ୍କ ମା’ ପାଖକୁ ଯାଇଛନ୍ତି। ମୁଁ ନିଶ୍ଚିତ ଯେ, ମୁଁ ତାଙ୍କୁ ଆଉଥରେ ଦେଖି ପାରିବି। ’ ସୂଚନାଯୋଗ୍ୟ, ଧୋନୀ ୨୦୧୯ ବିଶ୍ୱକପ୍‌ ପରଠାରୁ କ୍ରିକେଟରୁ ଦୂରେଇ ଅଛନ୍ତି। ସେ କେବେ କ୍ରିକେଟକୁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share