ପଙ୍ଗପାଳକୁ ନେଇ ପାକ୍‌ରେ ଜରୁରୀ ପରିସ୍ଥିତି

ଇସ୍‌ଲାମାବାଦ,୩ା୨: ପାକିସ୍ତାନକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ମାଡ଼ିଆସି ଫସଲ ନଷ୍ଟ କରିଚାଲିଥିବାରୁ ସରକାର ଜାତୀୟ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ପଙ୍ଗପାଳ ସିନ୍ଧ୍‌ ପ୍ରଦେଶରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିସାରିଲେଣି। ଏବେ ସେମାନେ ପଞ୍ଜାବ ପ୍ରଦେଶରେ ଫସଲ ନଷ୍ଟ କରିଚାଲିଥିବାବେଳେ ଚାଷୀମାନଙ୍କ ନିଦ ହଜାଇଦେଲେଣି। ଫଳରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱରେ ଜରୁରୀ ବୈଠକ ବସି ଜାତୀୟ ଜରୁରୀ ପରିସ୍ଥିତି ଜାରି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ୪ଟି କ୍ଷତିଗ୍ରସ୍ତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ପାକ୍‌ ମନ୍ତ୍ରୀମାନେ ଯୋଗଦେଇଥିଲେ। ଏହି ସଂକଟରୁ ରକ୍ଷା ପାଇବା ଲାଗି ୭୩୦ କୋଟି ଟଙ୍କାର ଜାତୀୟ କାର୍ଯ୍ୟଯୋଜନାକୁ ଅନୁମୋଦନ କରାଯାଇଛି।

Share