Categories: ଜାତୀୟ

ପଙ୍ଗପାଳ ଘଉଡ଼େଇବା ପାଇଁ ବାଜୁଛି ଡିଜେ

ଭୋପାଳ,୨୮।୫: ଭାରତ ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଏବେ ଉତ୍ତରପୂର୍ବ ଭାରତର ୫ ରାଜ୍ୟର ଚାଷ ଜମିରେ ପାକିସ୍ତାନୀ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛନ୍ତି । ପଙ୍ଗପାଳ ଫସଲ ନଷ୍ଟ କରି ଚାଲିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରର ଚାଷୀ ଏହାଯୋଗୁ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ଏସବୁ ରାଜ୍ୟର ବହୁ ଅଞ୍ଚଳରେ ସ୍ଥାନୀୟ ଲୋକେ ପଙ୍ଗପାଳ ଘଉଡ଼େଇବା ଲାଗି ଡିଜେର ସାହାରା ନେଉଛନ୍ତି। ଏଥିରେ ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଡିଜେର ତୀବ୍ର ଶବ୍ଦ ତରଙ୍ଗରେ ପଙ୍ଗପାଳ ଭୟରେ ଉଡ଼ି ପଳାଉଥିବା କୁହାଯାଉଛି। କେହିକେହି ଚାଷ ଜମିରେ ପଶି ଢ଼ୋଲ ଏବଂ ଅନ୍ୟ ବାଦ୍ୟ ବଜାଇ ପଙ୍ଗପାଳ ଘଉଡେଉଥିବା ଦେଖିବାକୁ ମିଳୁଛି। ଆକାଶରେ ପଙ୍ଗପାଳ ଦଳ ଦେଖାଯିବା ମାତ୍ରେ ଲୋକେ ଶବ୍ଦ କରି ସେମାନଙ୍କୁ ଭୟଭୀତ କରୁଛନ୍ତି।

Share