ପଙ୍ଗପାଳ ଚିନ୍ତା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ; ୧୦ ଦିନ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨ା୬(ବ୍ୟୁରୋ)-ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଭାରତର ବିଭିନ୍ନ ରାଜ୍ୟରେ ଭୟଙ୍କର ଭାବେ ଫସଲକୁ ଉଜାଡିବାରେ ଲାଗିଛନ୍ତି। ରାଜସ୍ଥାନରୁ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଦେଇ ଲକ୍ଷ ଲକ୍ଷ ପଙ୍ଗପାଳ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ସୀମା ଛତିଗଡ଼ରେ ପହଞ୍ଚିଲେଣି। ଆଉ କେଇଦିନ ପରେ ଓଡ଼ିଶାରେ ପହଞ୍ଚିଯିବା ସମ୍ଭାବନା ରହିଛି। ପଙ୍ଗପାଳ ପ୍ରବେଶ କରିବା ମାତ୍ରେ ବିଲବାଡିରୁ ପନିପରିବା ଠାରୁ ଆରମ୍ଭ କରି ସମସ୍ତ ଫସଲକୁ ନିମିଷକ ମଧ୍ୟରେ ଧ୍ୱଂସ କରି ଦେବେ। ରାଜ୍ୟରେ ଚାଷୀମାନଙ୍କୁ ଏବେ ପଙ୍ଗପାଳ ଭୟ ଘାରିଛି। ପଙ୍ଗପାଳ ଦାଉରୁ ଫସଲକୁ ରକ୍ଷା କରିବା ନେଇ ସରକାର ଚାଷୀମାନଙ୍କୁ ସତର୍କ କରାଉଛନ୍ତି। ଆସନ୍ତା୧୦ ଦିନ ପଙ୍ଗପାଳଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପଙ୍ଗପାଳ ନିୟନ୍ତ୍ରଣ କରିବା ନେଇ ଆଲୋଚନା କରାଯାଇଥିଲା। ଆବଶ୍ୟକ ହେଲେ ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share