Categories: ଜାତୀୟ

ପଙ୍ଗପାଳ ଦମନ କରିବାକୁ ମୁତୟନ ହେବ ବାୟୁସେନା ହେଲିକପ୍ଟର

ନୁଆଦିଲ୍ଲୀ,୮।୬: ପାକିସ୍ତାନରୁ ଭାରତ ଆସିଥିବା ପଙ୍ଗପାଳ ଏବେ ଚିନ୍ତା ବଢାଇ ଚାଲିଛନ୍ତି। ଏହାକୁ ଦମନ କରିବାକୁ ଏବେ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ମୁତୟନ କରାଯିବ। କୃଷି ବିଭାଗ ପଙ୍ଗପାଳଙ୍କ ମୁକାବିଲା ପାଇଁ ୟୁରୋପୀୟ ସଂଘରୁ କେମିକାଲ ଓ ଉପକରଣ ମଗାଇଛନ୍ତି। ଭାରତୀୟ ବାୟୁସେନାର ୫ଟି ଏମ୍‌ଆଇ-୧୭ ହେଲିକପ୍ଟର ଦ୍ୱାରା ଆକାଶମାର୍ଗରୁ ଏହାକୁ ସିଞ୍ଚନ କରାଯିବ। ଏହାଦ୍ୱାରା କ୍ଷେତର କୌଣସି କ୍ଷତି ହେବନାହିଁ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଏବେ ଭାରତର ପାଖାପାଖି ୬ଟି ରାଜ୍ୟରେ ବ୍ୟାପି ସାରିଲେଣି। ଏମାନେ ଦିନକରେ ହେକ୍ଟର ହେକ୍ଟର ଫସଲ ଖାଇ ନଷ୍ଟ କରି ଦେଉଥିବାରୁ ଏବେ ଏହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ତେଣୁ ଏହାକୁ ଯଦି ଉଚିତ୍‌ ସମୟରେ ଦମନ କରା ନ ଯାଏ ତେବେ ଏହା ବହୁ ପରିମାଣରେ ବ୍ୟାପିବାର ଆଶଙ୍କା ରହିଛି।

Share