ଭୁବନେଶ୍ୱର,୪।୬(ବ୍ୟୁରୋ): ଓଡ଼ିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହିହେବ ନାହିଁ। ସମ୍ଭାବ୍ୟ ପଙ୍ଗପାଳ ଆତଙ୍କକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ଗୁରୁବାର ଏହା କହିଛନ୍ତି। ସେ କହିଛନ୍ତି, ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି। ଆମେ କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରିଛୁ। ଅଗ୍ନିଶମ ବିଭାଗଠାରୁ ବଡ଼ ସ୍ପ୍ରେୟର ପାଇଁ ବନ୍ଦୋବସ୍ତ କରାଯାଇଛି। ପ୍ରତି ଜିଲାରେ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ରାଜ୍ୟକୁ ୩ ଜୋନ୍ରେ ବିଭକ୍ତ କରାଯାଇ ଦୃଷ୍ଟି ରଖାଯାଇଛି।