Categories: ଜାତୀୟ

ପଞ୍ଚକୁଲା ହିଂସା: ହନିପ୍ରୀତଙ୍କୁ ଜାମିନ

ଚଣ୍ଡିଗଡ଼,୬।୧୧: ୨୦୧୭ର ବହୁ ଚର୍ଚ୍ଚିତ ପଞ୍ଚକୁଲା ହିଂସା ମାମଲାରେ ଆତ୍ମଘୋଷିତ ବାବା ଗୁରମିତ ସିଂହଙ୍କ ପୋଷ୍ୟକନ୍ୟା ହନିପ୍ରୀତ ସିଂହଙ୍କୁ ବୁଧବାର ଜାମିନ ମିଳିଛି। ଜାମିନ ମିଳିବାର କିଛି ସମୟ ପରେ ଅମ୍ବାଲାର ସେଣ୍ଟ୍ରାଲ ଜେଲ୍‌ରୁ ତାଙ୍କୁ ମୁକ୍ତ କରାଯାଇଛି। ହନିପ୍ରୀତଙ୍କ ଉପରେ ଦେଶଦ୍ରୋହ ମାମଲା ହଟିବା ପରେ ପଞ୍ଚକୁଲା କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି। ୧ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ଦୋଷୀ ସାବ୍ୟସ୍ତ ହେବାପରେ ହୋଇଥିବା ଦଙ୍ଗା ଏବଂ ହିଂସା ମାମଲାରେ ହନିପ୍ରୀତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।

Share