Categories: ଜାତୀୟ

ପଞ୍ଚଭୂତରେ ବିଲୀନ ହେଲେ ସୁଷମା, ଝିଅ ଦେଲେ ମୁଖାଗ୍ନିି

ନୂଆଦିଲ୍ଲୀ,୭।୮: ବଧୂ ବେଶରେ ସଜେଇ ହୋଇ ପଞ୍ଚଭୂତରେ ଲୀନ ହୋଇଛନ୍ତି ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ରାଜକୀୟ ଢଙ୍ଗରେ ତାଙ୍କୁ ବିଦାୟ ଦିଆଯାଇଛି। ଝିଅ ବାଂଶୁରୀ ତାଙ୍କୁ ମୁଖାଗ୍ନି ଦେଇଥିଲେ। ତାଙ୍କ ଅବର୍ତ୍ତମାନରେ ଭାରତୀୟ ରାଜନୀତିର ଏକ ଯୁଗର ଅବସାନ ଘଟିଛି। ମଥାରେ ବଡ ବିନ୍ଦି, ଲାଲ ଓଢଣୀରେ ସଜେଇ ହୋଇ ଇହଜଗତରୁ ବିଦାୟ ନେଇଛନ୍ତି ସୁଷମା। ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଲାଲକୃଷ୍ଣ ଆଡଭାନୀଙ୍କଠାରୁ ଆରମ୍ଭ କରି ଭାଜପାର ସବୁ ବରିଷ୍ଠ ନେତା ଏବଂ ମନ୍ତ୍ରୀ।

ସୂଚନାଯୋଗ୍ୟ,ମଙ୍ଗଳବାର ରାତିରେ ସୁଷମା ସ୍ବରାଜଙ୍କ ୬୭ବର୍ଷରେ ଦିଲ୍ଲୀ ଏମ୍ସଠାରେ ପରଲୋକ ଘଟିଥିଲା। ସୁଷମାଙ୍କ ମରଶରୀର ପ୍ରଥମେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଦେଶର ବିଭିନ୍ନ ନେତା ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ତାଙ୍କ ମରଶରୀର ଭାଜପା କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରୁ ତାଙ୍କ ଅନ୍ତିମଯାତ୍ରା ବାହାରି ଥିଲା।

Share