ପଞ୍ଚଭୂତରେ ଲିନ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କୁପରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇର ମରିିନ ଲାଇନ୍ସରେ ଥିବା ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅପରାହ୍ନ ୩.୪୫ରେ ଶ୍ମଶାନ ଘାଟରେ ତାଙ୍କ ପାର୍ଥିକ ଶରୀର ପହଞ୍ଚିବା ପରେ ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଖବର ମିଳିଛି। ଅନ୍ତିମ ସଂସ୍କାର ସମୟରେ ପତ୍ନୀ ନିତୁ କପୁର, ରିମା ଜୈନ, ମନୋଜ ଜୈନ, ରଣଧିର କପୁର, ଶୈଫ ଅଲି ଖାଁ. କରିନା କପୁର ଖାଁ, ଆଲିଆ ଭଟ୍ଟ, ଅଭିଷେକ ବଚ୍ଚନ ପ୍ରମୁଖ ପ୍ରାୟ ୨୫ ଜଣ ସାମିଲ ହୋଇଥିଲେ। ଦିଲ୍ଲୀରେ ରହୁଥିବା ରିଷିଙ୍କ ଝିଅ ରିଦ୍ଧିମା ଶେଷ ଦର୍ଶନ ପାଇଁ ପହଞ୍ଚି ପାରି ନ ଥିବା ଜଣାପଡିଛି।

Share