Categories: ଜାତୀୟ

ପଞ୍ଚମ ପର୍ଯ୍ୟାୟ ଝାଡ଼ଖଣ୍ଡ ଭୋଟ ଆଜି: ୨୩ରେ ଭୋଟଗଣତି

ରାଞ୍ଚି,  ୨୦।୧୨(ପି.ଟି.):ଝାଡ଼ଖଣ୍ଡ ବିଧାନସଭାର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ୨୦ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ୧୬ଟି ଆସନ ଲାଗି ଭୋଟଗ୍ରହଣ କରାଯିବାକୁ ଥିବାବେଳେ ମଇଦାନରେ ୨୯ ମହିଳାଙ୍କୁ ମିଶାଇ ମୋଟ ୨୩୭ ପ୍ରାର୍ଥୀ ରହିଛନ୍ତି। ହେଭିଓ୍ବେଟ୍‌ଙ୍କ ମଧ୍ୟରେ ଅଛନ୍ତି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ୍‌, ୩ ମନ୍ତ୍ରୀ ରାଜ୍‌ ପଲିଓ୍ବାର, ଲୋଇସ୍‌ ମାରାଣ୍ଡି, ରଣଧୀର ସିଂ ପ୍ରମୁଖ। ଭୋଟ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନିର୍ବାଚନମଣ୍ଡଳୀଗୁଡ଼ିକରେ ୪୦ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ କରାଯିବ। ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ରାଜ୍ୟ ବିଧାନସଭା ଭୋଟ ଶେଷହେବା ପରେ ୨୩ରେ ଭୋଟଗଣତି କରାଯିବ।

Share