ପଞ୍ଚଶୀଳ ନୀତି ଅର୍ଥନୈତିକ ବିକାଶରେ ବାଟ କଢ଼ାଇଥିଲା

ସାକ୍ଷୀଗୋପାଳ, ୨୨।୮ ( ଡି.ଏନ୍‌. ଏ.)-ସାକ୍ଷୀଗୋପାଳ କଲେଜରେ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଏକ ଆଲୋଚନା ଗୁରୁବାର କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଇହିହାସ ବିଭାଗ ପକ୍ଷରୁ ଆୟାଜିତ ଏହି ଆଲୋଚନା ଚକ୍ରର ମୁଖ୍ୟଅତିଥି ଭାବରେ ପୁର୍ବତନ ଉଚ୍ଚଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ପ୍ର. ଡକ୍ଟର ଅମୀୟ କୁମାର ମହାନ୍ତି ଯୋଗଦେଇଥିଲେ। ଗାନ୍ଧିଜୀଙ୍କ ପଞ୍ଚଶୀଳ ନୀତି ଗ୍ରାମୀଣ ବିକାଶର ଧାରା ଓଡ଼ିଶାର ଅଭାବି ଲୋକ ମାନଙ୍କର ଅର୍ଥନୈତିକ ବିକାଶର ବାଟ କଢ଼ାଇଥିଲା ବୋଲି ସେ କହିଥିଲେ। କାଟିଖାଅ, କୁଟିପିନ୍ଧ ବାର୍ତ୍ତା ଓ ଭାଇଚାରା ସମ୍ପର୍କରେ ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୁରକରି ସତ୍ୟ, ଅହିଂସା ମାର୍ଗ ଅନୁସରଣ କରିବାକୁ ଦିଗଦର୍ଶନ କରିଥିଲା। ସବୁରି ପଛରେ ଶିକ୍ଷାହିଁ ସମାଜିକ ବିକାଶର ମାନ ବୋଲି ଉତ୍କଳମଣିଙ୍କ ଚିନ୍ତା ଚେତନାକୁ ଗାନ୍ଧିଜୀ ଓଡ଼ିଶା ଆସିବା ସମୟରେ ଉଚ୍ଚ ପ୍ରଶଂସା କରିଥିବା କହିଥିଲେ। ସେହି ମହାପୁରଷଙ୍କ ଦାୟଦ ଭାବରେ ଆମେ ନିଜକୁ ଗଢ଼ି ତୋଳିବାକୁ ସେ ଉପସ୍ଥିତ ଚାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପୁରୀ ଏସ୍‌ସିଏସ୍‌ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ର.ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ପ୍ର.ଚିନ୍ତାମଣି ମିଶ୍ର, ପ୍ର.ରତିକାନ୍ତ ପରିଡା ଯୋଗଦେଇ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ଇତିହାସ ବିଭାଗର ମୁଖ୍ୟ ପ୍ର.ନରେନ୍ଦ୍ର ନାଥ ବେହେରା ସ୍ବାଗତ ଅଭିଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର.ନିହାର ରଞ୍ଜନ ଦାଶଙ୍କ ପୌରହିତ୍ୟରେ ସେମିନାର କରାଯାଇଥିଲା। ଏହି ଅବସରରେ ଇତିହାସ ସମ୍ମାନର ଛାତ୍ରୀ କରିସ୍ମା ବରାଳ ଓ ଛାତ୍ର ରାକେଶ ଜେନା ନିଜର ସନ୍ଧର୍ବ ପାଠ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପିକା ସସ୍ମିତା ପ୍ରଧାନ ବେଦ ପାଠ କରିଥିଲେ।