ପଞ୍ଚାୟତରେ ଆଇସୋଲେଶନ ସେଣ୍ଟର

ପୁରୀ ଅଫିସ,୨୬ା୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ଜୋର୍‌ଦାର ଉଦ୍ୟମ ଜାରି ରଖିଛି। ଜିଲାର ୧୧ଟି ବ୍ଲକର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବିଭିନ୍ନ ପଞ୍ଚାୟତରେ ଆଇସୋଲେଶନ ସେଣ୍ଟର ଖୋଲାଯାଇଛି। ଆଇସୋଲେଶନ ସେଣ୍ଟରରେ ବେଡ୍‌ ପକାଯାଇଥିବାବେଳେ ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପୁରୀ ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟରେ ଆଇସୋଲେଶନ ସେଣ୍ଟର ହୋଇଛି। ଏଠାରେ ୬ଟି ବେଡ୍‌ ପକାଯିବା ସହ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।

Share