ଭାଗଲପୁର,୨୯।୬: ବିହାର ସୁପୌଲରେ ତ୍ରିବେଣୀଗଞ୍ଜର ଥଲହା ଗାଢ଼ିୟା ଉତ୍ତର ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଗାଁ ପଞ୍ଚାୟତ ଜଣେ ପ୍ରେମିକଙ୍କୁ ପ୍ରେମିକାଙ୍କ ଦ୍ୱାରା ଚପଲରେ ପିଟାଇବା ସହିତ ତାଙ୍କୁ ଛେପ ଛାଟିବାକୁ ବାଧ୍ୟ କରାଯାଇଛି। ସ୍ଥାନୀୟ ବଲଜୋରା ସ୍ଥିତ ଖୋରିଆ ମିଶନରେ ଏହି ଘଟଣା ଘଟିଛି। ପଞ୍ଚାୟତ ଏହି ପ୍ରେମ ମାମଲାର ବିଚାର କରି ଯୁବକ ଅଭିଷେକଙ୍କୁ ମାଡ଼ ମାରିବା ସହିତ ଜରିମାନା ବାବଦରେ ତାଙ୍କ ମୋବାଇଲ ଫୋନ୍ ଛଡାଇ ନେଇଛନ୍ତି। ପଞ୍ଚାୟତର ଏହି ତାଲିବାନୀ ବିଚାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଅଭିଷେକଙ୍କୁ ଚପଲରେ ପିଟୁଥିବା ଯୁବତୀଙ୍କ ପରିବାର ସଦସ୍ୟଙ୍କୁ ପୋଲିସ ପଚରା ଉଚରା ଆରମ୍ଭ କରିଛି। ତେବେ ଦୁହେଁ ବିବାହ କରିବାକୁ ଚାହୁଁଥିବା ପୋଲିସ କହିଛି। ସ୍ଥାନୀୟ ବଜାରରେ ଦୁହେଁ ପରସ୍ପରକୁ ଭେଟିବାକୁ ଯାଇଥିବାବେଳେ ପଞ୍ଚାୟତର କିଛି ଲୋକ ସେମାନଙ୍କୁ ଧରି ନେଇଥିବା କୁହାଯାଉଛି।