Categories: ନୂଆପଡ଼ା

ପଞ୍ଚାୟତସ୍ତରୀୟ ପ୍ରଧାନ ଶିକ୍ଷକ ବୈଠକ

କୋମନା,୨୨।୯(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମପଞ୍ଚାୟତସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲଖନା ପଞ୍ଚାୟତ ସରପଞ୍ଚ ସୋନପତି ଜଏନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଓ୍ବାର୍ଡମେମ୍ବରମାନେ ଜୋଗଦାନ କରିଥିଲେ। ଏଥିରେ ବିଦ୍ୟାଳୟ ଉନ୍ନତି ବିଷୟରେ ଆଲୋଚନା କରାଯିବା ସହ ସମସ୍ତେ ସମୟାନୁବର୍ତ୍ତୀ ହୋଇ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷାଦାନ କରିବାକୁ ପରାମର୍ଶ କରାଯାଇଥିଲା। ଲଖନା ସ୍କୁଲ ପ୍ରଧାନ ଶିକ୍ଷକ ଧନକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।