ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବଡ଼ସାହି,୬ା୧୧(ସ୍ବ.ପ୍ର)-ବଡ଼ସାହି ବ୍ଲକ ଅଧୀନ ଜାରକାଣୀ ପଞ୍ଚାୟତର ହିତାଧିକାରୀମାନେ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ପଞ୍ଚାୟତରେ ଚାଲିଥିବା ଦୁର୍ନୀତି, ମନମୁଖି ବ୍ୟବସ୍ଥା ଓ ପାତରଅନ୍ତର ନୀତିକୁ ବିରୋଧ କରି ଉତ୍ତ୍ୟକ୍ତ ଗ୍ରାମବାସୀ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅପରାହ୍ନ ସୁଦ୍ଧା କୌଣସି ଅଧିକାରୀ ଆସି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ୪ଘଣ୍ଟା ପରେ ପଞ୍ଚାୟତବାସୀ ତାଲା ଖୋଲିଥିଲେ ା ତେବେ ପଞ୍ଚାୟତ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ତାପସ କୁାମର ଜେନା, ରଥ ସିଂ, ଜଗନ୍ନାଥ ମହାନ୍ତ, ଗୁରୁବାରୀ ମହାନ୍ତ, ବୁଧୁନୀ ହେମ୍ବ୍ରମ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ବସନ୍ତ ପୃଷ୍ଟିଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ହୋଇଛି। ଦୁର୍ନୀତି ସମ୍ପର୍କରେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।