Posted inଗଜପତି

ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦାବିରେ ଧାରଣା

ମୋହନା,୧୬ା୧୧(ଡି.ଏନ୍‌.ଏ.) -ଗଜପତି ମୋହନା ବ୍ଲକ ଚୁଡୁଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ପୂର୍ବାହ୍ନରେ ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଧାରଣା ଦେଇଥିଲେ। ଦିବ୍ୟାଙ୍ଗ, ବିଧବା, ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ମହିଳା ଓ ପୁରୁଷ ହିତାଧିକାରୀମାନଙ୍କ ଭତ୍ତା ବ୍ୟାଙ୍କ ଖାତାରେ ଜମା ହେଉଥିବା ଜାଣି ସେମାନେ ଏହାକୁ
କରଛନ୍ତି। ସିଆଳିଲଟି, ଝରଣପୁର, ପାଲକୁଆ, ବେସରୀଗୁଡା, ଗୁମିଗୁଡା, ଚୁଡୁଙ୍ଗପୁର, ବଦାକୁଆ ଗ୍ରାମର ଏହି ହିତାଧିକାରୀମାନେ ଧାରଣା ଦେବା ସହ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦରଖାସ୍ତ ସରପଞ୍ଚଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ରୋଜଗାର ସେବକ ମନୋଜ କୁମାର ପରିଡାଙ୍କୁ ପ୍ରଦାନ କରିଛନ୍ତି। ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓଙ୍କ ମାଧ୍ୟମରେ ଭତ୍ତା ମିଳୁଥିଲା। ଏବେ ବ୍ୟାଙ୍କରେ ଭତ୍ତା ଟଙ୍କା ଜମା ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। କାରଣ ଉପରୋକ୍ତ ଗ୍ରାମ ପାଖାପାଖି ବ୍ୟାଙ୍କ ନାହିଁ। ବ୍ୟାଙ୍କ ସେବା ପାଇଁ ଚନ୍ଦ୍ରଗିରି, ମୋହନା, ଚାନ୍ଦିପୁଟ ଯିବାକୁ ପଡିଥାଏ। ଯାହାକି ଗ୍ରାମଠାରୁ ୪୦ରୁ ୫୦ କି.ମି ଦୂର ା ଏହାଦ୍ୱାରା ସମୟ ନଷ୍ଟ ସହିତ ଖର୍ଚ୍ଚାନ୍ତ ହେବା ସମ୍ଭାବନା ରହିଛି ା ତେଣୁ ପୂର୍ବଭଳି ପଞ୍ଚାୟତରେ ଭତ୍ତା ଦେବା ପାଇଁ ଆଦିବାସୀ ନେତା ଆର୍ସିଗ ଗମାଙ୍ଗ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ

ପାରଳାଖେମୁଣ୍ଡି,୧୩ା୯(ଗିରିଧାରୀ ପରିଛା): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ‘ସୁଭଦ୍ରା’ ଯୋଜନା ପାଇଁ ଜଣେ ହିତାଧିକାରୀ ନିଜ ସୁନା ବନ୍ଧକ ରଖି ମୋବାଇଲ କିଣିବା ପରି...

ଗଜପତିରେ ରେକର୍ଡ ଭାଙ୍ଗୁଛି ବର୍ଷା

ପାରଳାଖେମୁଣ୍ଡି,୧ା୯(ଗିରିଧାରୀ ପରିଛା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି।...

ଆଜି ଏସବୁ ଜିଲାରେ ସ୍କୁଲ ଛୁଟି

କୋରାପୁଟ,୩୦।୮: ଆଜି କୋରାପୁଟ ଜିଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲାପାଳ ସମସ୍ତ ସ୍କୁଲ ସମେତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ...

ବନ୍ଧରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ପାରଳାଖେମୁଣ୍ଡି,୧୮।୮(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ରାଜୁଗୁରୁ ସାହି ନିକଟ ସଦରା ବନ୍ଧରେ ବୁଡି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ...

ରାସ୍ତାରେ ଚଲାଇ ଚଲାଇ ଗୋରୁ ନେଉଥିଲେ ଚାଲାଣକାରୀ: ଦେଖି ଅଟକି ଗଲେ ମନ୍ତ୍ରୀ, ଗାଡ଼ିରୁ ଓହ୍ଲାଇ…

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲାସ୍ଥରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ମୋହନା...

ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ଗଜପତି,୭ା୮(ଗିରିଧାରୀ ପରିଚ୍ଛା): ପାହାଡ଼ ଉପରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲା ଆର୍‌ ଉଦୟଗିରି...

ହୋଲି ଦିନ ଘରେ ପଶି ସଂଘବଦ୍ଧ ଭାବେ କରିଥିଲେ ହତ୍ୟା: ଆସିଲା ରାୟ

ପାରଳାଖେମୁଣ୍ଡି,୧।୮: ୨୦୦୯ରେ ପାରଳାଖେମୁଣ୍ଡିର ୧ନମ୍ବର ୱାର୍ଡରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟା କାଣ୍ଡର ଗୁରୁବାର ରାୟ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri