ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ନିରୂପଣ ଦାବିରେ ଅନଶନ

ବନ୍ତ,୫।୩(ସ୍ବ.ପ୍ର.): ଭଦ୍ରକ ଜିଲା ଚାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ଦାବିରେ ଚକ୍ରାପାଢ଼ୀ ଗ୍ରାମବାସୀ ଗୁରୁବାର ଅନଶନରେ ବସିଛନ୍ତି। ଚକ୍ରାପାଢ଼ୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବରେ ଚାଲିଥିବା ପଞ୍ଚାୟତ ଗୃହ ସମ୍ମୁଖରେ ଏହି ଅନଶନ ଜାରି ରହିଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସରପଞ୍ଚ, ଥାନାଧିକାରୀ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ ।