ବନ୍ତ, ୬।୩(ସ୍ବ.ପ୍ର.): ଭଦ୍ରକ ଜିଲା ଚାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ଦାବିରେ ଚକ୍ରାପାଢୀ ଗ୍ରାମବାସୀ ଗୁରୁବାରଠାରୁ ଅସ୍ଥାୟୀ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ତେବେ ପ୍ରତିଶ୍ରୁତି ପରେ ଶୁକ୍ରବାର ଗ୍ରାମବାସୀ ଅନଶନ ଭଙ୍ଗିଛନ୍ତି। ଅନଶନର ଦ୍ୱିତୀୟ ଦିନରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଓ ବିଡିଓ ରେବିକା ବିଲୁଙ୍ଗ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେମାନେ ଚାହୁଁଥିବା ସ୍ଥାନରେ ଖୁବ୍ଶୀଘ୍ର ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଫଳକ ତିଆରି ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଛି।