ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ୨ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୧୮।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ନିକଟରୁ ବୁଧବାର ପୂର୍ବାହ୍ନରେ ୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଲୁଟ୍‌ର ଶିକାର ହୋଇଛନ୍ତି ସିମନବାଡ଼ି ଓ ବୁଡ଼ାଗୁଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀପତି ମଲ୍ଲିକ।
ପ୍ରକାଶ ଯେ, ଶ୍ରୀପତି ଦାରିଙ୍ଗବାଡ଼ି ଷ୍ଟେଟବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖିଥିଲେ। ଟଙ୍କା ଉଠାଇବା ପରେ କିଛି ଦୂରରେ ସ୍କୁଟିକୁ ରଖି ଡିକି ଖୋଲିବା ସମୟରେ ଟଙ୍କା ଓ ବିଭିନ୍ନ ରେକର୍ଡପତ୍ର ଥିବା ବ୍ୟାଗଟିକୁ ହଠାତ୍‌ ଏକ ପଲସର୍‌ ବାଇକରେ ୨ ଦୁର୍ବୃତ୍ତ ଆସି ଝାମ୍ଫି ନେଇଥିଲେ। ଏ ନେଇ ସେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ପରେ ଆଇଆଇସି କୌଶିକ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସବ୍‌ଇନ୍ସପେକ୍ଟର ଗୋପାଳ କୃଷ୍ଣ ଆଗୁପାତ୍ର ଘଟଣାର ତଦନ୍ତ କରିବା ସହ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି।

Share