ପଞ୍ଚାୟତ ପୃଥକାବାସ ଶୌଚାଳୟ ଭାଙ୍ଗିଲେ ଦୁର୍ବୃତ୍ତ

ଲୋଇସିଂହା, ୨୯।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ପକ୍ଷରୁ ଭାଲୁପାଲି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କରୋନା ଭାଇରସ ମୁକାବିଲା ପାଇଁ ପୃଥକାବାସ କେନ୍ଦ୍ର କରାଯାଇଛି । ଏଠାରେ ନିର୍ମାଣ ଚାଲିଥିବା ଶୌଚାଳୟକୁ କେତେକ ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ନେଇ ସ୍ଥାନୀୟ ସରପଞ୍ଚ ଉର୍କୁଲୀ ଧରୁଆ ଲୋଇସିଂହା ଥାନାରେ ଶନିବାର ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା (ନଂ.୧୦୫/୨୦) ରୁଜୁ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Share