ପଞ୍ଚାୟତ ସଭା ଚାଲିଥିବା ବେଳେ ତଡ଼ା ଖାଇଲେ ସରପଞ୍ଚଙ୍କ ସ୍ବାମୀ

ଆନନ୍ଦପୁର,୩୦।୫: ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ତଡ଼ା ଖାଇବାକୁ ପଡ଼ିଛି। ସୂଚନାଯୋଗ୍ୟ, ମହିଳା ସରପଞ୍ଚଙ୍କ ଅନୁପସ୍ଥିତିରେ ତାଙ୍କ ସ୍ବାମୀଙ୍କ ଦାରା ଚାଲିଥିବା ସଭାକୁ ପଞ୍ଚାୟତ ପ୍ରତିନିଧି ବିରୋଧ କରିଥିଲେ। ଫଳରେ ସରପଞ୍ଚଙ୍କ ସ୍ବାମୀଙ୍କୁ ସଭା ଛାଡିବାକୁ ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ କହିବା ଅନୁଯାୟୀ, ସରପଞ୍ଚଙ୍କ ସ୍ବାମୀ ସବୁ କ୍ଷେତ୍ରରେ ହସ୍ତକ୍ଷେପ କରୁଥିବାରୁ ଗଁାଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଅପରପକ୍ଷରେ ପଞ୍ଚାୟତ ନିର୍ବାଚନ ପରଠାରୁ ମହିଳା ସରପଞ୍ଚ ଭୁବନେଶ୍ୱରରେ ରହୁଥିବାରୁ ସାଧାରଣ ଜନତାଙ୍କର କୌଣସି କାମ ହୋଇପାରୁନାହିଁ। ମହିଳା ସରପଞ୍ଚ ଗଁାକୁ ଫେରି ନିଜ କାର୍ଯ୍ୟ ସମ୍ଭାଳିଲେ ସାଧାରଣ ଲୋକ ଉପକୃତ ହୋଇପାରିବେ ବୋଲି ଗଁା ଲୋକ କହିଛନ୍ତି।

Share