ଗୋପ,୧୧।୭(ଡି.ଏନ୍.ଏ.): ପୁରୀ ଜିଲା ଗୋପ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡ଼ା ବାରମ୍ବାର ପଞ୍ଚାୟତ ସମିତି ବୈଠକ ବାତିଲକୁ ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସେ ଗୁରୁବାର ପୂର୍ବାହ୍ନରେ ୮ରୁ ୧୦ ସମିତି ସଭ୍ୟ ଓ ସରପଞ୍ଚଙ୍କ ସହ ଧାରଣା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗୋପ ବ୍ଲକରେ ୭ ମାସ ହେଲା ପଞ୍ଚାୟତ ସମିତି ବୈଠକ ହୋଇ ପାରିନଥିଲା। ବିଡିଓ ଦୀପ୍ତିରାଣୀ ଦାସ ପ୍ରଥମ ପଞ୍ଚାୟତ ସମିତି ବୈଠକ ଡାକିଥିଲେ ମଧ୍ୟ ତାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରିଥିଲେ। କିନ୍ତୁ ଏହା ପରେ ବାରମ୍ବାର ୩ ଥର ପଞ୍ଚାୟତ ସମିତି ବୈଠକ ବାତିଲ ହେବା ଯୋଗୁ ଗୁରୁବାର ଅଧ୍ୟକ୍ଷ ଧାରଣା ଦେଇଥିବା ଜଣାପଡିଛି।