ପଞ୍ଜାବରେ ଫେଲ୍‌ ମାରିଲା ଲକ୍‌ଡାଉନ୍‌: ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ

ଚଣ୍ଡିଗଡ଼,୨୩।୩: କରୋନା ଭାଇରସ ସହ ଲଢିବା ପାଇଁ ଦେଶର କିଛି ରାଜ୍ୟକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ସାରା ରାଜ୍ୟକୁ ସୋମବାରଠାରୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ସୋମବାର ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିଛି। ଲକ୍‌ ଡାଉନ୍‌ ସମ୍ପର୍କରେ ତଥ୍ୟ ମିଳିବା ପରେ ଜଣାପଡିଥିଲା କି ଲୋକେ ବିଭିନ୍ନ ଜିନିଷ କିଣିବା ବାହାନାରେ ଏଣେ ତେଣେ ବୁଲୁଛନ୍ତି। ଏହାକୁ ଦେଖି ପଞ୍ଜାବ ସରକାର ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛନ୍ତି। ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିବାରେ ପଞ୍ଜାବ ପ୍ରଥମ ରାଜ୍ୟ ପାଲଟି ଯାଇଛି।

Share