Categories: ଜାତୀୟ

ପଞ୍ଜାବରେ ଭୁଶୁଡି ପଡିଲା ୩ ମହଲା କୋଠା

ମୋହାଲି,୮।୨: ପଞ୍ଜାବର ମୋହାଲିରେ ଏକ ୩ ମହଲା କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି। ଏହା ତଳେ କେତେକ ଲୋକ ଦବି ହୋଇ ରହିଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ ହିମାଂଶୁ ଜୈନଙ୍କ ସୂଚନା ଅନୁଯାୟୀ, ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୬-୭ ଜଣ ଭଙ୍ଗା କୋଠାତଳେ ଚାପିହୋଇ ରହିଥିବା ଅନୁମାନ କରାଯାଉଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି।

Share