ପଞ୍ଜାବରେ ମେ’ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ଚଣ୍ଡିଗଡ଼,୧୦।୪: ଦେଶରେ ତଥା ପଞ୍ଜାବରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ରାଜ୍ୟରେ ଲକ୍‌ଡାଉନର ଅବଧି ଓ କର୍ଫ୍ୟୁକୁ ମେ’ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଓଡ଼ିଶା ପରେ ଦ୍ୱିତୀୟ ରାଜ୍ୟଭାବେ ପଞ୍ଜାବ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଛି। ସୂଚନାଯୋଗ୍ୟ, ଅମରିନ୍ଦର ସିଂ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା କହିଥିଲେ ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ଏହାକୁ ଖଣ୍ଡନ କରିଛନ୍ତି। ଅନ୍ୟପଟେ ଅମରିନ୍ଦର କହିଛନ୍ତି ପଞ୍ଜାବରେ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୭ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ତେଣୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେଲାଣି ବୋଲି ସେ ଦାବି କରିଛନ୍ତି।

Share