ପଞ୍ଜାବରେ ଲକ୍‌ଡାଉନ ପ୍ରଭାବ : ୫୦% କମିଛି ଚାଷୀ ଆତ୍ମହତ୍ୟା

ଜଳନ୍ଧର,୧୨।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି। ପ୍ରାକୃତିକ ଦୁର୍ବିପାକର ଚିର ସହଚର ପାଲଟିଥିବା କୃଷି କ୍ଷେତ୍ର ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ଏହାସତ୍ତ୍ୱେ ଚାଷୀ ଭାଙ୍ଗି ଯାଇନାହିଁ। କୃଷି କ୍ଷେତ୍ରରେ କରୋନା କଟକଣା କୋହଳ କରାଯାଇଥିବାରୁ ଚାଷୀ ସବୁକିଛି ଭୁଲି ଯାଇ ଶସ୍ୟ ଉତ୍ପାଦନରେ ଲାଗି ପଡ଼ିଛି। ଯାହାକି ପଞ୍ଜାବରେ ଚଳିତବର୍ଷର ଚାଷୀ ଆତ୍ମହତ୍ୟା ହାରକୁ ଦେଖିଲେ ସହଜରେ ଅନୁମେୟ ହୋଇଯାଉଛି। କେନ୍ଦ୍ର ସରକାର ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରିଥିବାବେଳେ ଏହାର ୨ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୩ରୁ ପଞ୍ଜାବ ରାଜ୍ୟ ସରକାର ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି। ଏହାସତ୍ତ୍ୱେ ମାର୍ଚ୍ଚ ଓ ଏପ୍ରିଲରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ହାର ୫୦% ହ୍ରାସ ପାଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ସମୟରେ ଚାଷୀଙ୍କ କାର୍ଯ୍ୟ ମନୋନିବେଶ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତିରୁ ଦୂରେଇ ରଖିବାରେ ସହାୟକ ହୋଇଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତି ବିଗିଡ଼ି ଯାଇଛି। ଗତ ୩ବର୍ଷରେ ପଞ୍ଜାବରେ ଚାଷୀଙ୍କ କୃଷି ଋଣ ଛାଡ଼ ଓ ଋଣ ଖାତାରୁ ନାମ ହଟାଇବା ସତ୍ତ୍ୱେ ଚାଷୀମାନେ ଯେଉଁ ପରିମାଣରେ ଆତ୍ମହତ୍ୟା କରୁଥିଲେ ତାହା ଲକ୍‌ଡାଉନ ସମୟରେ ବହୁ ପରିମାଣରେ ହ୍ରାସ ପାଇଛି। ଚାଷୀ ଆତ୍ମହତ୍ୟା ସମ୍ପର୍କିତ ରିପୋର୍ଟ ସଂଗ୍ରହ କରୁଥିବା ଭାରତୀୟ କିଷାନ ୟୁନିୟନ(ବିକେୟୁ) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ମାର୍ଚ୍ଚ ମାସରେ ୨୭ ଏବଂ ଏପ୍ରିଲ ମାସରେ ୧୬ ଜଣ ଚାଷୀ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରେ ୫୦ ଏବଂ ଏପ୍ରିଲରେ ୪୧ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଏପରି କି ୨୦୧୮ରେ ମାର୍ଚ୍ଚରେ ୫୦ ଏବଂ ଏପ୍ରିଲ୍‌ରେ ୩୦ଜଣ ଆତ୍ମହତ୍ୟା କରିଥିଲେ। ଚଳିତ ବର୍ଷ ଲକ୍‌ଡାଉନ ଯୋଗୁ ଚାଷୀ ମୃତ୍ୟୁ ହାର କମିଛି। ଯାହାକି ସମସ୍ତଙ୍କୁ ଆଶ୍ୱସ୍ତି କରିଛି ବୋଲି ବିକେୟୁ ନେତା ସୁଖପାଲ ସିଂ କହିଛନ୍ତି। ପଟିଆଲାସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ପୂର୍ବତନ ଅର୍ଥନୀତି ପ୍ରଫେସର ତଥା କୃଷି ବିଶେଷଜ୍ଞ ଜିଆନ ସିଂଙ୍କ କହିବା ହେଲା ଲକ୍‌ଡାଉନ ଯୋଗୁ କୃଷକମାନେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଏକାଠି ହୋଇ ବା ଅନେକ କ୍ଷେତ୍ରରେ ସେମାନେ ଏକତ୍ରିତ ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେଉଛନ୍ତି। ଚାଷ ପାଇଁ ଭଡ଼ାରେ ନେଇଥିବା ଜମିର ଦେୟ ଅନେକ ସମୟରେ ଅଧିକ ହୋଇଯାଉଥିବାରୁ ସେମାନଙ୍କ ଉପରେ ଋଣଭାର ଅଧିକ ହୋଇଯାଇଥାଏ। ତେଣୁ ଲକ୍‌ଡାଉନ ସମୟରେ ସେମାନଙ୍କ ସାମୂହିକ ଆଲୋଚନା ବା ଏକତ୍ରୀକରଣ ଯୋଗୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାରୁ ସେମାନଙ୍କୁ ବିରତ କରିଥାଇପାରେ ବୋଲି ଜିଆନ କହିଛନ୍ତି। ଏପରି କି ଲକ୍‌ଡାଉନ ଯୋଗୁ ଗହମ ଅମଳରେ ବିଳମ୍ବ ହୋଇଛି। ଏହାର କ୍ରୟ ଆସନ୍ତା ମାସ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଆନ ସୂଚନା ଦେଇଛନ୍ତି। ଦେଶରେ ଆବଶ୍ୟକ ହେଉଥିବା ଗହମରୁ ପଞ୍ଜାବ କେବଳ ୪୬% ପୂରଣ କରିଥାଏ। ଚାଷ ଜମି ଏବଂ ମଣ୍ଡିରେ ଶ୍ରମିକ ଅଭାବ ସତ୍ତ୍ୱେ ପଞ୍ଜାବରେ ଚଳିତବର୍ଷ ଏଯାବତ୍‌ ୧୧.୫ ନିୟୁତ ଟନ୍‌ ଗହମ ଉତ୍ପାଦନ ହୋଇସାରିଲାଣି। କେନ୍ଦ୍ରକୁ ୧୩.୫ନିୟୂୁତ ଟନ୍‌ ଗହମ ଯୋଗାଣ ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବଢୁଥିବା ହିଂସା ମଧ୍ୟରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ପୁଣି ଲାଗୁ ହେଲା…

ନୂଆଦିଲ୍ଲୀ,୧୪ା୧୧: ମଣିପୁରର ହିଂସାପ୍ରଭାବିତ ଜିରିବାମ୍‌ ସମେତ ୬ ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପୁଣିଥରେ ଲାଗୁ କରିଛନ୍ତି।...

ବ୍ରେଷ୍ଟ ମିଲ୍କ ବିଜନେସ୍‌ର ଲାଇସେନ୍ସ ହେବ ରଦ୍ଦ, କେନ୍ଦ୍ର ସରକାରଙ୍କ ସୂଚନା…

ବେଙ୍ଗାଲୁରୁ,୧୪।୧୧: ବ୍ରେଷ୍ଟ ମିଲ୍କ ସଂଗ୍ରହ ତଥା ବ୍ୟବସାୟକୁ ଅନୁମତି ଦେଇଥିବା ଲାଇସେନ୍ସ ବାତିଲ କରିବାକୁ ରାଜ୍ୟ ସରକାର କର୍ନାଟକ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି। କର୍ନାଟକ ହାଇକୋର୍ଟ...

ଅନଲାଇନ ମୋଡରେ ଚାଲିବ ପ୍ରାଇମେରୀ ସ୍କୁଲ, ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀରେ ପ୍ରଦୂଷଣ ହେତୁ ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଅନଲାଇନ ମୋଡରେ...

ହସ୍ପିଟାଲରେ ନାଚିଲେ ଡାକ୍ତର-ନର୍ସ, ଭିଡିଓ ଭାଇରାଲ

ବାରାଣସୀ,୧୪।୧୧: ଉତ୍ତର ପ୍ରଦେଶ ବାରାଣସୀରେ ଥିବା ଦିନ ଦୟାଲ ଉପାଧ୍ୟାୟ ଜିଲା ହସ୍ପିଟାଲରେ ଡାକ୍ତର ଓ ନର୍ସମାନେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ...

ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ ପାଇଁ କାନାଡା ନିକଟରେ ଦାବି କଲା ଭାରତ

ଭାରତ/ଓଟାଓ୍ବା,୧୪।୧୧: ଭାରତ ସରକାର କାନାଡାରୁ ଅର୍ଶ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମର ଅନୁସନ୍ଧାନର ଉତ୍ତରରେ ବୈଦେଶିକ ବ୍ୟାପାର...

ଦିଲ୍ଲୀରେ ଭୟଙ୍କର ହେଲା ପ୍ରଦୂଷଣ: ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ଅଙ୍କୁଶ, ସ୍କୁଲ୍ ଛୁଟି

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା(ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮...

ଦିଲ୍ଲୀ ମେୟର ନିର୍ବାଚନରେ ଭାଜପାକୁ ଝଟକା, ବାଜି ମାରିଲା ଏଏପି

ନୂଆଦିଲ୍ଲୀ,୧୪।୧୧: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏମସିଡି ମେୟର ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ବିଜୟୀ ହୋଇଛନ୍ତି।...

ମୋଦିଙ୍କ ନକଲ କରୁଛନ୍ତି କେଜରିଓ୍ବାଲ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ହନୁମାନ ଭକ୍ତ ଅରବିନ୍ଦ କେଜରିୱାଲ ବର୍ତ୍ତମାନ ମନ୍ଦିରରୁ ମନ୍ଦିରକୁ ବୁଲୁଛନ୍ତି। ଏଥିରୁ ଜଣାପଡୁଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri