ପଞ୍ଜାବୀ କଡ଼ାଇ ଛୋଲେ

ଆବଶ୍ୟକ ସାମଗ୍ରୀ: ୨୫୦ଗ୍ରାମ କାବୁଲିଚଣା, ଏକ ଚାମଚ ଚା’ ପତି ଏକ କପଡ଼ାରେ ବନ୍ଧା ହୋଇଥିବା, ଏକ ଚାମଚ ଗୋଟା ଜୀରା, ଗୋଟା ଧନିଆଁ, ଦୁଇଖଣ୍ଡ ଡାଳଚିନି, ଦୁଇଟି ଇଲାଇଚ, ଦୁଇଟି ଲବଙ୍ଗ, ଏକ ଚାମଚ ଡାଳିମ୍ବମଞ୍ଜି, ଏକ ଚାମଚ ଘିଅ, କଟା ହୋଇଥିବା ଅଦା ଏକ ଚାମଚ, କଟା ହୋଇଥିବା ଦୁଇ-ତିନୋଟି କଞ୍ଚାଲଙ୍କା, ସିଝା ହୋଇଥିବା ଗୋଟିଏ ଆଳୁକୁ ଖଣ୍ଡ ଖଣ୍ଡ ଆକାରରେ କାଟନ୍ତୁ, ଏକ ଚାମଚ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ଭିଜା ହୋଇଥିବା ଛୋଲେରେ କପଡ଼ା ବନ୍ଧା ହୋଇଥିବା ଚା ପତି ବାନ୍ଧି ପ୍ରେସର କୁକରରେ ବସାଇ ଦିଅନ୍ତୁ। ଜୀରା, ଧନିଆଁ, ଗୋଲମରିଚ, ଇଲାଇଚ, ଲବଙ୍ଗ, ଡାଳିମ୍ବ
ମଞ୍ଜିକୁ ଏକ ସଙ୍ଗେ ଭାଜି ଦିଅନ୍ତୁ। ଏବେ ଛୋଲେ ପେସା ହୋଇଥିବା ମସଲା ପକାନ୍ତୁ। କଡ଼ାଇରେ ଘିଅ ଗରମ କରନ୍ତୁ। ଅଦା, କଞ୍ଚାଲଙ୍କା, ଆଳୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏଥିରେ ଛୋଲେ, ଲୁଣ, ଅଧାକପ ପାଣି ପକାଇ ଫୁଟାନ୍ତୁ।